କଥା ଦିଅ ପ୍ରଭୁ ଆହେ ଜଗନ୍ନାଥ

 କଥା ଦିଅ ପ୍ରଭୁ ଆହେ ଜଗନ୍ନାଥ

      କରିବନି ମୋତେ ପର

ନିଜ ପାଖେ ପାଖେ ରଖିଥିବ ସଦା

      ଏତିକି ମାଗୁଣି ମୋର  |

ଯେତେବେଳେ ଯାହା ଦେବି ମୁଁ ଅଜାଡ଼ି

      ମନେ ଭକ୍ତି ଭାବ ଭରି

ସ୍ୱହସ୍ତରେ ନିଜେ ନେବ ହେ ଠାକୁରେ

      ବାଛ ବିଚାର ନ କରି  |

ବାଉରୀ ଦାସିଆ ନେଇଛ ନଡ଼ିଆ

      ଦେଇଥିଲା ଦିନେ ଯାଚି

ସେପରି କାଳିଆ ଭାବ ଲଗାଇଲେ

      ପାରିବି ସୁଖରେ ବଞ୍ଚି  |

ଜୟ ଜଗନ୍ନାଥ।🙏🙏।

 ଡଃ ପ୍ରକାଶ ତ୍ରିପାଠୀ ।

Post a Comment

Previous Post Next Post