ଫୁଲ ଟିଏ ( ପ୍ରିୟଙ୍କା ବିଶି )

 ଫୁଲ ଟିଏ*


ଫୁଲ ଟିଏ ମୁଁ ତୋଳିଲେ ଶିହରଣ ଟିଏ ହୋଇ, 

ସବୁ ବାସ୍ନା ମୁଁ ଅଜାଡ଼ି ଦେଇଛି ପରିବେଶ ପାଣି ପବନ ପାଇଁ।
କେବେ ଦେବତା ର ମୁଣ୍ଡରେ ଲୋଟିଛି ପୁଣ୍ୟ ଲଭିବା ପାଇଁ ,
କେବେ ଭ୍ରମର ର ପ୍ରେମ ରେ ପଡ଼ିଛି ମିଳନ ର ଆଶା ନେଇ,
ସେ ଆଶା ଟିକକ ମନ ତଳେ ଏବେ ବି ଶିହରଣ ଟିଏ ହୋଇ।
ବାସ୍ନା ରେ ଅଛି ଜେତକ ଯାତନା ଅଦେଖା ନିୟତି ମୋର,
ବାସ୍ନା ଦେଇ ନିଜେ ସାଉଣ୍ଟିଛି ଦୁଃଖ ସୁଖ ପାଇଁ ଆଉ କାର ,
ସରି ସରି ଯାଏ ଆୟୁଷ ମୋହରି ତଥାପି ଆଶା ମୋ ସୁଗନ୍ଧ ବିତରି ,
ଜୀବନ ଦୀପ ନିର୍ବାପିତ ହେଉ ମୋର।

*Priyanka Bishi , rairakhol, sambalpur, Odisha*

Post a Comment

Previous Post Next Post