ସତ୍‌ ଆଏ କିନି କହ ( କୃଷ୍ଣ ଚନ୍ଦ୍ର ଭୋଇ )

 --:(( ସତ୍‌ ଆଏ କିନି କହ )):--

     - - - - - - - - - - - - -


ପୁଓକେ ଚିହ୍ନବ ବିହା ହେଲା ପରେଁ

ଝିଇକେ ଚିହ୍ନବ ଯୁଆନ୍‌ ବେଲେଁ

ସ୍ବାମୀକେ ଚିହ୍ନବ ସ୍ତିରୀ ରୁଗେଁ ଥିଲେଁ

      ସ୍ତିରୀକେ ସ୍ବାମୀ ଗରୀବ୍‌ ହେଲେଁ । ୧


ବନ୍ଧୁକେ ଚିହ୍ନବ ବିପଦ୍‌ ବେଲ୍‌କେ

ଭାଇକେ ଚିହ୍ନବ ଝଗଡା ବେଲେଁ

ଝିଇକେ ଚିହ୍ନବ ସମ୍ପତ୍ତି ଭାଗକେ

        ପୁଓ ଚିହ୍ନବ ବୁଆ ବୁଢ଼ା ହେଲେଁ । ୨


ସବୁ ଜାନି ବୁଝି ଅଜନାଟେ ଲେଖେଁ

ହଉଥିବ ଯଦି ଗହ ଗହ

ଦର୍‌କାର୍‌ ବେଲେଁ କାମେ ନାଇଁ ଲାଗେ

         ସତ୍‌ ଆଏ କିନି ତମେ କହ । ୩


          କୃଷ୍ଣ ଚନ୍ଦ୍ର ଭୋଇ

     ଗନିଆଁପାଲି - ବରଗଡ଼

Post a Comment

Previous Post Next Post