ରଥ ହେଲାଣି ସଜବାଜ
ଆସ ପ୍ରଭୁ ମୋ ଜଗନ୍ନାଥ
ପଥ ଏବେ ଡାକୁଛି ଆସ
ତୁମେ ଭକତ ପାଖେ ଆସ
ନୀଳକନ୍ଦରେ କରୁ ଅଛ ଲୀଳା
ତୁମେ ପ୍ରଭୁ ଚକାଡୋଳା
ଅନାଥର ତୁମେ ହୋଇଛ ନାଥ
ଆସ ମୋ ପ୍ରଭୁ ଜଗନ୍ନାଥ
କଲ୍ପବଟ ମୂଳେ ଦେଉଳ ତୋଳାଇ
ଇନ୍ଦ୍ରଦୁମ୍ନ ଥିଲେ ତୁମ ପାଇଁ
ବିଶ୍ୱାବସୁ ତୁମରି ବିଶ୍ୱାସରେ ନୀତି
ନୀଳମାଧବରୂପେ ପୁଜିଲା କରି ଭକତି
ତୁମେ ପରା ଶ୍ରୀକ୍ଷେତ୍ରର ନାଥ