ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି କାମନା ପାଇଁ ଭୁତାପଡା ମା' ମଙ୍ଗଳା ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପ ପ୍ରଜ୍ବଳନ ।


 ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି କାମନା ପାଇଁ ଭୁତାପଡା ମା' ମଙ୍ଗଳା ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପ ପ୍ରଜ୍ବଳନ ।

ସମ୍ବଲପୁର : ବାଲେଶ୍ୱର ଜ଼ିଲ୍ଲା ବାହାନଗା ଠାରେ ହୋଇଥିବା ଶତାବ୍ଦୀର ସବୁଠାରୁ ବଡ଼ ହୃଦୟ ବିଦାରକ, ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳା ମନ୍ଦିର କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମା' ମଙ୍ଗଳାଙ୍କ ନିକଟରେ ପ୍ରାର୍ଥନା ତଥା ଦୀପ ପ୍ରଜ୍ବଳନ ଅନୁଷ୍ଠିତ କରାଯାଇଥିଲା I ମନ୍ଦିର ସମ୍ଭୁଖରେ ଅନୁଷ୍ଠିତ ମହମବତୀ ଶୋଭାଯାତ୍ରାରେ ଶତାଧିକ ଭକ୍ତଗଣ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ମନ୍ଦିରର ପୂଜକ ମହେଶ୍ୱର ପଣ୍ଡାଙ୍କ ସମେତ କାର୍ଯ୍ୟକାରୀ କମିଟି ସଦସ୍ୟ ସରୋଜ ସାହୁ, ସୁଶାନ୍ତ ମହାପାତ୍ର, ହୀରାଲାଲ ବେହେରା, ମନୋଜ ମହାପାତ୍ର, ଲଷ୍ମୀ ପ୍ରସାଦ ମହାପାତ୍ର, ସସ୍ମିତା ଦୀପ, ଲିଲିମା ମଲ୍ଲିକ, ମଞ୍ଜୁ ଓରାମ, ରସାନନ୍ଦ ବେହେରା, ସାଗରୀକା ସାହୁ, ସଂଯୁକ୍ତା ମାହାନା, ରମାକାନ୍ତ ଜେନା, ପିତବାସ ବେହେରା, ରମେଶ ଚନ୍ଦ୍ର ମିଶ୍ର, ନିହାର ମାହାନା, ସୁବୋଧ ସାହୁ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Post a Comment

Previous Post Next Post