"କବି ଟିଏହେବା ନୁହେଁ ସହଜ "
କବି ଟିଏହେବା ନୁହେଁ ସହଜ,
ଭୁଲାଇ ଦିଏସେ ସବୁ ମଉଜ।
କବିତା ଲେଖେସେ ଖେଳାଇ ଖେଳ,
କରିବାକୁ ଚାହେଁ ଜନ ମଙ୍ଗଳ।
ଆଖିରୁ ନିଦକୁ ହଜାଇ ଦେଇ,
କବିତା ଲେଖେ ସେ ମଜାରେ ରହି।
ମନରେ ଥାଏତା କେତେ ବେଦନା,
କରେ କେତେ ଯେ ଶବ୍ଦ ସଂଯୋଜନା।
କେତେ ଅଳଙ୍କାର କବିତା ଲେଖି ,
ପାଠକ ମନରେ ଯାଏ ସେ ଲାଖି ।
କେତେ ଛନ୍ଦ , ବନ୍ଧ ହୁଏ କବିତା,
ସଭିଏଁ ଜାଣନ୍ତି କବି ତା ପିତା।
ଏମାୟା ସଂସାର କରେ ଅଥୟ,
ତଥାପି କଠୋର ତାର ହୃଦୟ।
କବିର ମନକୁ ବୁଝେନା କେହି,
ତଥାପି ମନରେ ବିଚାର ନାହିଁ ।
ଭାଷା ସାହିତ୍ୟର ଉନ୍ନତି ପାଇଁ,
ସଦା ତତ୍ପର ସେ ରହିଛି ଚାହିଁ ।
କବିର କଷ୍ଟକୁ ଦେଇ ସମ୍ମାନ,
ସବୁ ସ୍ଥାନରେ ରଖିବା ତା ମାନ।
ପ୍ରଲିପ୍ତା ଶତପଥୀ।
ରେଢ଼ାଖୋଲ ସମ୍ବଲପୁର।