ରେଢ଼ାଖୋଲରେ ଭୀମଭୋଇ ମହାବିଦ୍ୟାଳୟ ଏବିଭିପି ୟୁନିଟ ତରଫରୁ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

 


ରେଢ଼ାଖୋଲରେ ଭୀମଭୋଇ ମହାବିଦ୍ୟାଳୟ ଏବିଭିପି ୟୁନିଟ ତରଫରୁ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।


ରେଢାଖୋଲ (REDHAKHOL NEWS LIVE) ସମ୍ବଲପୁର ଜିଲ୍ଲା ଯେଉଁ ରେଢ଼ାଖୋଲରେ 5t ସଚିବ ପାଣ୍ଡିୟାନ ଙ୍କ ଗସ୍ତ ପାଇଁ କଦମପଡିଆର ୫୦ ବର୍ଷରୁ ଉର୍ଦ୍ଧ୍ବ ବୃକ୍ଷକୁ ପ୍ରଶାସନ ଦ୍ଵାରା କାଟି ଦିଆଗଲା ସେଥିପାଇଁ ଏବଂ ଚନ୍ଦ୍ରୟାନ-3 ର ସଫଳ ଉପେକ୍ଷଣ ଅବସରରେ ବୈଜ୍ଞାନିକ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଯାଇ ଆଜି ସନ୍ଥକବି ଭୀମଭୋଇ ଙ୍କ ମାଟି ରେଢ଼ାଖୋଲରେ ଭୀମଭୋଇ ମହାବିଦ୍ୟାଳୟ ଏବିଭିପି ୟୁନିଟ ତରଫରୁ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା |ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ସହ ସଂଯୋଜକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମାଝୀ ,ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର କ୍ୟାମ୍ପସ ୟୁନିଟ ସଭାପତି ବିବେକ ମହାପାତ୍ର,ଲିପୁନ ବାଦୀ ଓ ସମ୍ପାଦକ ସ୍ମୃତିଶିଖା ନନ୍ଦ,ଶ୍ରୀକାନ୍ତ ପ୍ରଧାନ,ସହ ସଭାପତି ଶୁଭେନ୍ଦୁ ବେହେରା, ରସିକାନ୍ତ ସାହୁ, ସହ ସମ୍ପାଦକ ମିଥୁନ ପ୍ରଧାନ ଏବଂ ଶିବୁ ବିଶ୍ୱାଳ, ଅନିକେତ,ସଦାଶିବ ସ୍ୱାଇଁ,ଦିଲ୍ଲୀପ ପ୍ରଧାନ,ଲିକି ପ୍ରଧାନ,ଲିପନ ବେହେରା,ସୁଜିତ ବେହେରା ଙ୍କ ସହ ବହୁତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଯୋଡି ହୋଇଥିଲେ |

Post a Comment

Previous Post Next Post