ଭୀମଭୋଇ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାଯାଇଛି।

ଭୀମଭୋଇ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାଯାଇଛି।

 

ରେଢାଖୋଲ (REDHAKHOL NEWS LIVE ) ସମ୍ବଲପୁର ଜିଲ୍ଲା  ରେଢ଼ାଖୋଲ ସହର ସ୍ଥାନୀୟ ଭୀମଭୋଇ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାଯାଇଛି। ଏଥିରେ ପ୍ରଦେଶ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ସମ୍ବଲପୁର ବିଭାଗ ୟଶବର୍ଦ୍ଧନ ତିୱାରୀ ତଥା ଜିଲ୍ଲା ସହ ସଂଯୋଜକ ସିଦ୍ଧାନ୍ତ ମାଝୀ ଉପସ୍ଥିତ ରହିଥିଲେ। ଏଥିରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ବିଦ୍ୟାର୍ଥୀ ମାନଙ୍କୁ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରାଗଲା। ଯୁକ୍ତ ତିନର ଛାତ୍ର ବିବେକ ମହାପାତ୍ରଙ୍କୁ ପରିସରର ସଭାପତି ନିଯୁକ୍ତି କରାଯାଇଥିବା ବେଳେ ସ୍ମୃତିଶିଖା ନନ୍ଦଙ୍କୁ ସମ୍ପାଦକ ନିଯୁକ୍ତ କରାଯାଇଥିଲା। ଶାଶ୍ଵତ ମାଝୀ ଓ ଶୁଭେନ୍ଦୁଙ୍କୁ ଉପସଭାପତି ନିଯୁକ୍ତ କରାଯାଇଥିବା ବେଳେ ମିଥୁନ ପ୍ରଧାନ ଓ ସଚିନ ବେହେରାଙ୍କୁ ସହ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା। ସଦାଶିବ ସାହୁ, ଦିଲୀପ ପ୍ରଧାନ, ସୁଜିତ୍ ପ୍ରଧାନ, ଲିକି ପ୍ରଧାନଙ୍କୁ ଅନ୍ୟ ଦାୟିତ୍ଵ ଦିଆଯାଇଥିଲା । ଏଥିରେ ଏବିଭିପି ସଂଗଠନ ପକ୍ଷରୁ ବହୁ ଛାତ୍ର ଯୋଗ ଦେଇଥିଲେ।

Post a Comment

Previous Post Next Post