ଆରିୟନ ଫାଉଣ୍ଡେସନ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।
ରେଢ଼ାଖୋଲ (Redhakhol News live):-ଆରିୟନ ଫାଉଣ୍ଡେସନ ରେଢ଼ାଖୋଲ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ନାକଟିଦେଉଳ ବ୍ଲକ ବାଟଗାଁ କଲେଜ ପ୍ରାଙ୍ଗଣରେ କମ୍ପ୍ୟୁଟର ଦ୍ବାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମକୁ ବାଟଗାଁ କଲେଜ ଅଧ୍ୟକ୍ଷ ରମେଶ କୁମାର ଆଗ୍ରୱାଲ ଏବଂ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପ୍ରଧାନ ଉଦ୍ଘାଟନ କରିଥିବା ବେଳେ ଆରିୟନ ଫାଉଣ୍ଡେସନ ର ପ୍ରତିଷ୍ଠାତା ପପୁନ ସାମଲଙ୍କ ସଂଯୋଜନାରେ ନେତ୍ର ଚିକିତ୍ସାଳୟର ଡାକ୍ତର ନବକୁମାର ସାହୁ, କ୍ୟାମ୍ପ ପରିଚାଳକ ଧର୍ମରାଜ ନାଏକ ଏବଂ ଭିଜନ ଟେକ୍ନିସିଆନ ମନୋଜ କୁମାର ସାହୁ ଲୋକଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଆରିୟନ ଫାଉଣ୍ଡେସନ ର ସହ ସମ୍ପାଦକ ମନୋଜ କୁମାର ସାହୁ, ସଦସ୍ୟ ନନ୍ଦକିଶୋର ପ୍ରଧାନ,ସଚିନ କୁମାର ପ୍ରଧାନ, ଗଜାନନ ଭେସରା, ପୁଷ୍ପାଞ୍ଜଳି ଗଗରାଇ, ଶାନ୍ତିଲତା ପ୍ରଧାନ, ଲିଜେନ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଏହି ଶିବିଗର ଲାଭ ଉଠାଇଥିଲେ। ଭାରପ୍ରାପ୍ତ ଡାକ୍ତର କିଛି ଜଣକୁ ଚଷମା ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଚଷମା ନେତ୍ରାଳୟ ପକ୍ଷରୁ ସୁଲଭ ମୂଲ୍ୟରେ ପ୍ରଦାନ କରିଥିବାବେଳେ ୧୭ ଜଣଙ୍କ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ନେତ୍ରାଳୟ ର ନିଜସ୍ଵ ବସ ମାଧ୍ୟମରେ ପଣ୍ଡାପାଲି ବୀରମହାରାଜପୁର ସ୍ଥିତ ନେତ୍ରାଳୟକୁ ନିଆଯାଇଛି। ଏହି ଭଳି ସମାଜ ସେବା କାର୍ଯ୍ୟକୁ ରେଢ଼ାଖୋଲର ବୁଦ୍ଧଜୀବୀମାନେ ପ୍ରଶଂସା କରିବା ସହିତ ଆଗକୁ ଯୁବ ଗୋଷ୍ଠୀ ମଧ୍ୟରେ ସମାଜ ସେବା ପ୍ରତି ଜାଗୃତ ହେବ ବୋଲି ମତପ୍ରକାଶ କରିଛନ୍ତି ।