ସକାଳର ଜଣାଣ ଥରେ ଯାଇ ଦେଖ

 ସକାଳର ଜଣାଣ

ଥରେ ଯାଇ ଦେଖ

,,,,,,,,,,,,,,,,,,,,,,,,,,,,,,,

ବିଜୟ କୁମାର ଜେନା

ଥରେ ଯାଇ ଦେଖ ଡାକ୍ତର ଖାନାରେ

            ଶୁଣ ରୋଗୀଙ୍କ ଚିତ୍କାର

ଭାବି ନିଅ ନିଜେ କେତେ ଭଲ ଅଛ

             ତାହା କାଳିଆ ବିଚାର।

ଥରେ ଯାଇ ଦେଖ କାରାଗାର କକ୍ଷେ

              କଏଦୀ ପରାଧିନତା

  ଚିନ୍ତା ଟିକେ କର କେତେ ଖୁସି ଅଛ

              ପାଇ କେଡେ ସ୍ଵାଧୀନତା।

ଗର୍ବ ଅନୁଭବ କର ପ୍ରତିକ୍ଷଣ

         କେତେ ମାନ ଅଭିମାନ

ଥରେ ଯାଇ ଦେଖ ଶ୍ମଶାନ ଭୂଇଁ ରେ

          କୁଆଡେ ଗଲା ସେ ଦିନ?

ଏହି ଅନୁଷ୍ଠାନ ଶିଖାଏ ସଭିଙ୍କୁ

           ବେଳୁ ହେଲେ ସାବଧାନ

ପ୍ରତିଟି ମୁହୂର୍ତ୍ତ ପ୍ରଭୁଙ୍କ ସେବାରେ

           କୃତଜ୍ଞ କରାଅ ମନ।

ସେହି ଜଗନ୍ନାଥ ସବୁ ଖଞ୍ଜିଛନ୍ତି

          ଜଣାଇବା କୃତଜ୍ଞତା

ଦୋଷାଦୋଷ ପ୍ରଭୁ କ୍ଷମା କରିଦେବ

           ବିଶ୍ବର ଭାଗ୍ୟ ବିଧାତା।

ଯିଏ ଯେଉଁ ନାମେ ଡାକିଲେ ତାହାଙ୍କୁ

            ଶୁଣିବେ ଡେରି ଶ୍ରବଣ

ମନର ଦେବତା ଭାବରେ ବିହୋଳ

             ନିଅ ନିଅ ହେ ଶରଣ।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Post a Comment

Previous Post Next Post