ଶ୍ରମିକ୍ ଦିବସ୍ ଉଧେଁ କବିତା
*****************************
ଶ୍ରମିକ୍ ଦିବସେଁ ଲେଖୁଛେଁ ମୁଇଁ କବିତା
ଭାବିକରି ଶ୍ରମିକର୍ ଦୁଖ୍ ,
କାଁଏ ଖରା କାଁଏ ବର୍'ଷା ଆର୍ ତ ଶୀତ୍
କେଭେଁ ନାଇଁ ପାଏ ଗା ସେ ସୁଖ୍ ।।
ଟହ ଟହ ଖରା ନେ ଝୋ ଝୋ ବର୍'ଷା ନେ ସେ
ଆର୍ ହାଡ୍ ଭଙ୍ଗା ଶୀତେ ସତେ ,
କବାର୍ କର୍'ସି ଗା ଦୁଖ୍ କେ ଭାବି ସୁଖ୍
ସେଥିର୍ ଲାଗି ଦୁନିଆଁ ଏତେ ।।
କାମ୍ କବାରେଁ ସେ କେଭେ ନାଇଁ ମାରେ ଢିଲା
କୁଟୁମ୍ ପୁସ୍'ସି ସେ କବାରୁ ,
ଭୁକେ ଶୁସେ ରହି ବାସି ତତଲା ଖାଏସି
ଘର୍ କେ ଆନ୍'ସି ସେ ତହିଁରୁ।।
ଜେତେବେଲେଁ ଜେନ୍ କାମ୍ ମିଲ୍ସି ତାହାକେ
କରି ନେସି ହାତେ ଦୁଖେ ସୁଖେ ,
ମୁହୁଁ ସବୁବେଲେଁ ସୁଖ୍ ଦିଶୁଥାଏସି ତାର୍
ଦୁଖ୍ ନାଇଁ ମାଡେ ଗା ପାସ୍କେ ।।
ଚିକନ୍ ନିଁହେଲେ ଗଲା ଦେହର୍ ବରନ୍
ଅନ୍ତର୍ ଟା ଚିକନ୍ ଚାକନ୍,
ନୁନ୍ ଖାଇକରି ଗଲା ଗୁନ୍ ଗାଏସନ୍
ବିସୁଆସି ଶ୍ରମିକ୍ ଜୀବନ୍ ।।
ନାଇଁ ମାଗ୍'ବାର୍ କେଭେଁ ଆଜ୍ଞା ସମ୍ମାନ୍ ସେ
ମାଗୁଛେ ହକ୍କେ ସେ ସମ୍ମାନ୍ ,
ହକ୍-କେ ନାଇଁ ମାରି କି ତାର୍ ସଭିଏଁ ଯେ
ହକ୍ ଦିଆଯାଉ ସମ୍ବଧାନ୍ ।।
✍️ ଆଦିକାନ୍ତ ପଣ୍ଡା
