କାଳବୈଶାଖୀରେ ରେଢ଼ାଖୋଲରେ ବ୍ୟାପକ କ୍ଷୟକ୍ଷତି ।

 


କାଳବୈଶାଖୀରେ ରେଢ଼ାଖୋଲରେ ବ୍ୟାପକ କ୍ଷୟକ୍ଷତି


ରେଢ଼ାଖୋଲ, : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକରେ କାଳବୈଶାଖୀରେ ଯୋଗୁଁ ଗତକାଲି ସନ୍ଧ୍ୟାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଗରଗଡ଼ବାହାଲ ଗ୍ରାମ ପଞ୍ଚାୟତ ଅଧୀନ

 କରଡାପାଳ, ତେଲିଘଣା, ଗୁହିରାଦାଦର ଗାଁ ସହ ବଡ଼ମାଳ, ରେଙ୍ଗାଲି, ଭାଲିଆକଟା ଗ୍ରାମ ପଞ୍ଚାଯତ ର ବିଭିନ୍ନ ଗାଁ ଗୁଡିକରେ ଘରର ଆଜବେଷ୍ଟର, ଛଣ, ଟାଇଲ ସବୁ ଉଡ଼ାଇ ନେଇଛି, ପବନ ବେଗ ବଢ଼ିବାରରୁ ରେଢ଼ାଖୋଲ- ବଡ଼ମାଳ ପଞ୍ଚାୟତ ରାସ୍ତାରେ ବଡ଼ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଯାଇଛି। ରେଢ଼ାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ରାସ୍ତା ଉପରେ ପଡ଼ିଥ‌ିବା ଗଛ ଗୁଡ଼ିକୁ କାଟି ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରୁଛନ୍ତି । ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ମଧ୍ୟ ବିଜୁଳି ଖୁଣ୍ଟ ମରାମତିରେ ଲାଗି ପଡ଼ିଛନ୍ତି। ଏହି କାଳ ବୈଶାଖିରେ ବିଭିନ୍ନ ଘର ଦ୍ବାର ସହ ପନିପରିବା ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ପ୍ରଶାସନ ତରଫରୁ କ୍ଷୟ କ୍ଷତି ଆକଳନ କରିବା ପାଇଁ ଏପର୍ଯ୍ୟନ୍ତ କେହି ପାଖକୁ ଆସି ନାହାଁନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆସନ୍ତା କାଲି ସୁଦ୍ଧା ସମସ୍ତ ରାସ୍ତାରେ ଯୋଗାଯୋଗ ସ୍ବାଭାବିକ ହେବ ବୋଲି ଅଗ୍ନିଶମ ବିଭାଗ ମୁଖ୍ୟ ଆଗ୍ନିକ ଦୁର୍ଯ୍ୟଧନ ବେହେରା ସୂଚନା ଦେଇଛନ୍ତି।



Post a Comment

Previous Post Next Post