ଆରିୟନ ଫାଉଣ୍ଡେସନ ପରିବାର ସଦା ସର୍ବଦା ଅସହାୟ ସେବାରେ ସମର୍ପିତ । ( ବୃଦ୍ଧାଙ୍କ ଶବ ସତ୍କାର )

 


ଗ୍ରାମବାସୀ ମାନେ ନ ଛୁଇଁବାରୁ ଆରିୟନ ଫାଉଣ୍ଡେସନ, ରେଢ଼ାଖୋଲର ସ୍ଵେଛାସେବୀ ମାନେ କଲେ ଜଣେ ବୃଦ୍ଧାର ଶବ ସତ୍କାର ।

@Redhakholnewslive  

ରେଢ଼ାଖୋଲ ୧୧/୦ ୬:-ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆରିୟନ ଫାଉଣ୍ଡେସନ, ରେଢ଼ାଖୋଲ ପରିବାର ଦ୍ୱାରା ଆଜି ଜଣେ ଅସହାୟ ବୃଦ୍ଧାର ଶବ ସତ୍କାର କରାଯାଇଛି । ପ୍ରଥମତଃ ରେଢ଼ାଖୋଲ ବ୍ଲକ ବୁର୍ଡ଼l ପଞ୍ଚାୟତ ବଡ଼ମାଳ ଗ୍ରାମରେ ଏକା ରହୁଥିବା ଜଣେ ବୃଦ୍ଧା ରୋହିତ ନାଏକ , 70 ବର୍ଷ ର ଆଜି ସକାଳୁ ତାଙ୍କ ଘର ବାରଣ୍ଡାରେ ପଡି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ, ପରେ ପାଖକୁ ଗଲା ପରେ ସେ ଜାଣି ପାରିଥିଲେ କୌଣସି କାରଣ ବଶତଃ ବୃଦ୍ଧା ଜଣକର ମୃତ୍ୟ ହୋଇସାରିଥିଲା, କିନ୍ତୁ ବୃଦ୍ଧା ର ଘରଲୋକ କେହି ନଥିବାରୁ ତାର ଶଵ ସତ୍କାର ପାଇଁ ଅଡୁଆ ବଢିଥିଲା, ତାଙ୍କର ଗୋଟେ ଝିଅ ଯିଏକି ବର୍ତମାନ ଦିଲ୍ଲୀ ରେ ରହୁଛନ୍ତି ତାଙ୍କୁ ଗ୍ରାମବାସୀ ଜଣାଇବା ପରେ, ସେ ଆସିପାରିବେନି କହି ଶବ ସତ୍କାର କରିଦେବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ଜାତି ପ୍ରଥା, ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଗ୍ରାମବାସୀ ଶବ ସତ୍କାର କରିବା ତୋ ଦୂରର କଥା ଶବ କୁ ଛୁଇଁ ମଧ୍ୟ ନଥିଲେ, ଏସବୁ ଜାଣିବା ପରେ ବୁର୍ଡ଼l ପଞ୍ଚାୟତ ର ସରପଞ୍ଚ ରାଜା ପାଲ ରେଢ଼ାଖୋଲ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆରିୟନ ଫାଉଣ୍ଡେସନ କୁ ଯୋଗାଯୋଗ କରିଥିଲେ, ଆରିୟନ ଫାଉଣ୍ଡେସନ ର ସ୍ବେଛାସେବୀ ମାନେ ଖବର ଶୁଣିବା ପରେ ତୁରନ୍ତ ସେହି ଗ୍ରାମ କୁ ଯାଇ ସେଇ ବୃଦ୍ଧାର ଶବ ସତ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, ଏବଂ ପାଖ ନାଳକୁ ନେଇ ସେଠାରେ ସେଇ ବୃଦ୍ଧାର ଅନ୍ତିମ ସଂସ୍କାର କରିଥିଲେ l

     ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସଭାପତି ପପୁନ ସାମଲ, ଉପସଭାପତି ଗଜାନନ ଭେସାରା, ସହ ସମ୍ପାଦକ ମୋନଜ ସାହୁ, କୋଷାଧକ୍ଷ ବାପୁନ ପ୍ରଧାନ, ସଦସ୍ୟ ସଚିନ କୁମାର ପ୍ରଧାନ,ଚନ୍ଦନ କୁମାର ଦାସ ସାମିଲ ଥିଲେ ଏବଂ ବୁର୍ଡl ଗ୍ରାମପଞ୍ଚାୟତର ସମିତି ସଭ୍ୟ ଦକ୍ଷ ବେହରା ମଧ୍ୟ ସ୍ବେଛାସେବୀ ମାନଙ୍କୁ ସହଯୋଗ କରିଥିଲେ l

 #ବୃଦ୍ଧାଙ୍କ ଶବ ସତ୍କାର 

#ariyan foundation redhakhol 

Post a Comment

Previous Post Next Post