ସମ୍ବଲପୁର ଜିଲ୍ଲାର ୧୩ ଥାନାରେ ନୂଆ ଥାନାଧିକାରୀ I
ସମ୍ବଲପୁର,୦୯/୦୬(ଭୂମି ଏକ୍ସପ୍ରେସ୍): ସମ୍ବଲପୁର ଜିଲ୍ଲାର ୧୮ ଜଣ ଥାନାଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା I ସମ୍ବଲପୁରକୁ ମଧ୍ୟ ଇନ୍ସପେକ୍ଟରମାନେ ବଦଳି ହୋଇ ଆସିଥିଲେ। ଗୁରୁବାର ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ୧୩ଟି ଥାନାରେ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସନୟ ନାୟକଙ୍କୁ ଅଇଁଠାପାଲି ଥାନା, ଅନିଲ ପ୍ରଧାନଙ୍କୁ ବୁର୍ଲା ଥାନା, ରଞ୍ଜନ ବିଶ୍ବାଳଙ୍କୁ ଧନୁପାଲି ଥାନା, କେ. ପ୍ରିୟଙ୍କା ରାଉତରାୟଙ୍କୁ କ୍ଷେତରାଜପୁର ଥାନା, ସୁବ୍ରତ ପାଣିଗ୍ରାହୀଙ୍କୁ ସଦର ଥାନା, ମେନକା ରାଉତଙ୍କୁ ମହିଳା ଥାନା, ବାମଦେବ ସଖୌଲଙ୍କୁ ହୀରାକୁଦ ଥାନା, ସାବିତ୍ରୀ ବଳଙ୍କୁ ଠେଲକୋଲୋଇ ଥାନା, ଆନ୍ନା ମିଞ୍ଜଙ୍କୁ ରେଙ୍ଗାଲି ଥାନା, ସବିତା ସେଠୀଙ୍କୁ ରେଢ଼ାଖୋଲ ଥାନା, ଚନ୍ଦ୍ରମୋହନ ସିଂଙ୍କୁ କୁଚିଣ୍ଡା ଥାନା, ଅଞ୍ଜଳି କୁମ୍ଭାରଙ୍କୁ କିସିଣ୍ଡା ଥାନା ଓ ପବିତ୍ର ସାହୁଙ୍କୁ ଚାରମାଲ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେଭଳି ୪ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କୁ ମଧ୍ୟ ବଦଳି କରାଯାଇଛି I
Tags
redhakhol news live
sambalpur news
sambalpuri Kavita
Technology
Videos
क्राइम
खेल
देश
बिज़नेस
लोकल खबरे
समाचार
ରେଢ଼ାଖୋଲ