ବିଶ୍ବ ପରିବେଶ ଦିବସ

 ବିଶ୍ବ ପରିବେଶ ଦିବସ



ଧରିତ୍ରୀ ମାତାର     ଦୁଃଖ ବଢିଅଛି

       ସମାଜ ଜନଙ୍କ ପାଇଁ

ଆଜି ଏ ମଣିଷ     ବୁଝୁ ନାହିଁ କିଛି

         ଗର୍ବରେ ବୁଲୁଛି ଧାଇଁ  ।୧।


ପରିବେଶ ଆଜି      ହେଉଛି ଦୂଷିତ

          ବିଶ୍ବ ହୁଏ ଥରହର

ସୁଧାରିବା ପାଇଁ    କେବେହେଲେ କେହି

         କରୁନି ମନେ ବିଚାର  ।୨।


ଚର୍ତୁଦିଗେ ଘେରି      ରହିଅଛି ପୁଣି

           ଏହି ଦୁସ୍ଥ ପରିବେଶ

ସଚେତନ ହେଲେ     ହୋଇବ ସୁନ୍ଦର

           ହସିବ ସମଗ୍ର ଦେଶ  ।୩।


ନଫିଙ୍ଗିବା ବର୍ଯ୍ଯ     ବସ୍ତୁ ଏଣେତେଣେ 

           ରଖିବା ଏକତ୍ର କରି

ଅଳିଆ କୁଣ୍ଡଟେ      ଘର ଆଗେ ରଖି

          ବର୍ଯ୍ଯବସ୍ତୁ ଦେବା ଭରି  ।୪।


ନିଜ ପରିବେଶ      ନିଜହାତେ ପୁଣି

        ପରିସ୍କାରେ ଦେବା ମନ

ସୁସ୍ଥ ପରିବେଶ      ସୁସ୍ଥ ନିରାମୟ

        ଗଢିବା ଆମ୍ଭ ଜୀବନ  ।୫।


ପରିବେଶ ଚିନ୍ତା      ମନରେ କରିବା

         ଗଢିବା ସୁନା ସଂସାର

ହସିବ ଦୁନିଆ     ହୋଇବ ଛାନିଆ

        ଦେଖିବେ ଜଗତ ନର  ।୬।


ବିଭିନ୍ନ ରୋଗର       କାରଣ ସାଜିଛି

           ଦୂଷିତ ଏ ପରିବେଶ

ରଖିବା ନିର୍ମଳ       ସଦା ସରବଦା

        ହୋଇବ ମନ ଉସ୍ବାସ  ।୭।


ସୁସ୍ଥ ନିରିମଳ      ପରିବେଶ ଦେଖି

       ରୋଗ ଆସିବନି ପାଶ

ବିଶ୍ବ ପରିବେଶ       ଦିବସ ଆସିଛି

         ଦେବାକୁ ମନେ ହରସ  ।୮। 


କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ- ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର 

Post a Comment

Previous Post Next Post