୫ ଜଣ ସମାଜସେବୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର I


 

୫ ଜଣ ସମାଜସେବୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର I

ସମ୍ବଲପୁର (REDHAKHOL NEWS LIVE): ସମ୍ବଲପୁର ଜଙ୍ଗଲ ବିଭାଗର ପ୍ରେକ୍ଷIଳୟ ଠାରେ ଡି.ଏଫ୍.ଓ. ବିଶ୍ଵନାଥ ନୀଳାମ୍ବରଙ୍କ ସଭାପତିତ୍ବରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବାର୍ଷିକ ସମୀକ୍ଷା ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲାପାଳ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆର୍. ସି. ସି. ଏଫ୍.  ଟି. ଅଶୋକ କୁମାର ବିଶିଷ୍ଟ ଅତିଥି ପି. ଏମ. ସି. ପରାମର୍ଶଦାତା କୃଷ୍ଣ କୁମାର କେ ନାଭାଲାଡି, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଏବଂ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ  ବାଓ ଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ୫ ଜଣ ସମାଜସେବୀ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଥିଲେ ।ପୁରସ୍କୃତ ପ୍ରକୃତି ବନ୍ଧୁଙ୍କ ଭିତରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ତୃତୀୟ ଥର ପାଇଁ ଏହି ସମ୍ମାନ ପାଇଥିବାବେଳେ ତୁଳସୀ ମଞ୍ଜରୀ ବହିଦାର, ପ୍ରଦ୍ୟୁମ୍ନ ବିଶି , ଦେବାଶିଷ ସାହୁ ଓ  ସୁନନ୍ଦା ଚାନ୍ଦ ଙ୍କୁ ଅତିଥି ଗଣ ମାନପତ୍ର ଓ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ । ପୁରସ୍କୃତ ହେବା ପରେ  ପୁରସ୍କାର ପାଉଥବା ବ୍ୟକ୍ତିତ୍ଵଙ୍କ ପକ୍ଷରୁ ଏହାର ଉତ୍ତରରେ  ଅବସର ପ୍ରାପ୍ତ  ଅଧ୍ୟକ୍ଷ ଶ୍ରୀ ନାୟକ ଜିଲ୍ଲାରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗର ଅଧିକ ସହଯୋଗ କାମନା କରିଥିଲେ । ଏଥି ସହ ୭ ଜଣ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ମଧ୍ୟ ସମ୍ମାନ ପତ୍ର ଦିଆଯାଇଥିଲା  I ସମ୍ବଲପୁର ଡିଭିଜନର ଅଢାପଡା ବନ ସୁରକ୍ଷା ସମିତିକୁ ଆଜି ରାଜ୍ୟ ସ୍ତରରେ ବିଜୁ ପଟ୍ଟନାୟକ ପୁରସ୍କାର ମିଳି ଥିବାରୁ କରତାଳି ଦେଇ ସ୍ୱାଗତ କରାଯାଇଥିଲା । ଏହା ପୂର୍ବରୁ ସମସ୍ତ ଅତିଥି ଓ ପୁରସ୍କୃତ ବ୍ୟକ୍ତିତ୍ଵ ଗଣ ବୃକ୍ଷ ରୋପଣ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଆୟୋଜିତ ପ୍ରଦର୍ଶନୀ କୁ ମଧ୍ୟ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଉମାକାନ୍ତ ପୋଢ଼ ସଂଯୋଜନା କରିଥିବାବେଳେ ଶେଷରେ ଏସ. ଇ.ଏଫ୍. ତେଜରାଜ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post a Comment

Previous Post Next Post