✍ *ବିଶ୍ଵ ସାକ୍ଷରତା ଦିବସ*🙏🌹
✍️📖(ସେପ୍ଟେମ୍ବର ୮ ତାରିଖ)📖✍️
~~~~~~~~~~~~~~~~~~
ନିଜ ହସ୍ତେ ନିଜ ନାମ ଓ ଠିକଣା
ଲେଖିବା ସିନା ସ୍ବାକ୍ଷର,
କିନ୍ତୁ ଲେଖା-ପଢ଼ା ଜ୍ଞାନ ଅର୍ଜନରେ
ଜୀବନ ହୁଏ ସୁନ୍ଦର ।
ସାଂପ୍ରତିକ ସ୍ଥିତି ପରିସ୍ଥିତି ଆଉ
ବିଶ୍ବ-ବ୍ରହ୍ମାଣ୍ଡ ରହସ୍ଯ,
ଶ୍ରବଣ ଦର୍ଶନ ସହିତ ଏକାନ୍ତ
ସ୍ବାକ୍ଷରତା ହିଁ ସନ୍ତୋଷ ।
ସବୁଠାରୁ ପ୍ରିୟ ବନ୍ଧୁ ମାନବର
ଅଟଇ ତା'ର ପୁସ୍ତକ,
ଜୀବନର ସ°ଜ୍ଞା ଜ୍ଞାନ-ଦାତା ସାଥେ
ଜୀବନ-ନୌକା ଚାଳକ ।
ପୁସ୍ତକ'ର ବନ୍ଧୁ ହେବାର ଯୋଗ୍ୟତା
ସାକ୍ଷରତା ପରିପୂର୍ଣ୍ଣ,
କୌଣସି ଭାଷାର ଲିଖନ ପଠନ
ବୁଝିବା ହିଁ ପ୍ରୟୋଜନ ।
ସୃଜନ ସୃଷ୍ଟିର ବିଧି ଓ ବିଧାନ
ଅଧ୍ୟାତ୍ମ୍ୟବାଦ ଜୀବନ,
ବେଦ-ଶାସ୍ତ୍ର ପାଠ୍ୟ- ପୁସ୍ତକରୁ ଲବ୍ଧ
ସକଳ ଜ୍ଞାନ-ଦର୍ଶନ ।
ଜ୍ଞାନ ବଳେ ଯାଉ କଳୁଷ ଦୂରେଇ
ସମାଜ ହେଉ ଶୋଭନ,
'ବିଶ୍ଵ ସାକ୍ଷରତା- ଦିବସେ' ସଂପ୍ରୀତି
ଶୁଭେଚ୍ଛା ଅଭିନନ୍ଦନ ।
*ଶମ୍ଭୁନାଥ ଦାସ* (ମୁଖ୍ୟ ସ°ପାଦକ : *ଅଭିଯାନ* )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / *କୋଲକାତା*
