ପଶ୍ଚିମାଞ୍ଚଳ ଏକତା ମଂଚ ସୋନପୁର ଶାଖାର ପୁନର୍ଗଠନ
ସୋନପୁର, ୦୯-୦୯-୨୩
ଅଗ୍ରଣୀ ସାମାଜିକ ଆର ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ ସୋନପୁର ଶାଖା ତରଫରୁ ଗୁରୁ ସତ୍ଯ ନାରାୟଣ ବହିଦାରଂକର ଜନମମାଟି ସୋନପୁର ଠାନ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛେ। ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିର ପ୍ରାଂଗଣରେ ଅନୁଷ୍ଠିତ ବୈଠକ ରେ ପଶ୍ଚିମାଞ୍ଚଳ ର ଏଗାରଟି ଜିଲ୍ଲା ମଧ୍ଯରେ ସମନ୍ବୟ ର ଆବଶ୍ଯକତା ଉପରେ ଆଲୋଚନା କରାଯାଇ ଥିଲା। ବୈଠକ ରେ ପଶ୍ଚିମାଞ୍ଚଳ ଏକତା ମଂଚ ସୋନପୁର ଶାଖା ପୁନର୍ଗଠନ କରାଯାଇ ଭାଗିରଥି ମିଶ୍ରଂକୁ ଜିଲ୍ଲା ସଂଯୋଜକ, ଛନ୍ଦଚରଣ ପୁରୋହିତଂକୁ ଜିଲ୍ଲା ସହସଂଯୋଜକ, ଲୋକନାଥ ମିଶ୍ରଂକୁ କାର୍ଯ୍ୟକ୍ରମ ସଂଯୋଜକ,କାର୍ତିକ ବାଘଂକୁ କାର୍ଯ୍ୟକ୍ରମ ସହ ସଂଯୋଜକ, ଶୀବ ଶଂକର ଭୋଇଂକୁ ଯୁବ ସଂଯୋଜକ, ସ୍ବାଧୀନ ନାଏକଙ୍କୁ ସହ ଯୁବ ସଂଯୋଜକ, ଶଂକର୍ଷଣ ବାଘଂକୁ ସାହିତ୍ୟ ସଂଯୋଜକ, ସତ୍ଯ ନାରାୟଣ ମହାକୁଡ଼ଂକୁ ଗ୍ରାମିଣ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛେ। ସେନତା ଶ୍ୟାମା ଓମ ପ୍ରସାଦ ମିଶ୍ର, ଡ ପୁରୁଷୋତ୍ତମ ମିଶ୍ର ଏବଂ ଶାଶ୍ବତ ତ୍ରୀପାଠୀଂକୁ ପଶ୍ଚିମାଞ୍ଚଳ ଏକତା ମଂଚ ସୋନପୁର ଶାଖା ର ଉପଦେଷ୍ଟା ହିସାବେ ମନୋନୀତ କରାଯାଇ ଥିଲା। ବୈଠକ ରେ ପଶ୍ଚିମାଞ୍ଚଳ ଏକତା ମଂଚ କେନ୍ଦ୍ରୀୟ କମିଟୀର ଆବାହକ ଭବାନୀଶ ଭୋଇ , ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ରକ୍ତଦାନ ଅଭିଯାନ ସଂଯୋଜକ ଶରତ ଚନ୍ଦ୍ର ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ପଶ୍ଚିମାଞ୍ଚଳ ଏକତା ମଂଚ ର ସଦସ୍ଯ ମାନେ ଗଡଭିତର ସ୍ଥିତ ଗୁରୁ ସତ୍ଯ ନାରାୟଣ ବହିଦାରଂକର ଝିଅଂକର ଘରକେ ଯାଇ କରି ପରିବାର ସଦସ୍ଯ ମାନଂକୁ ଭେଟି ଆଲୋଚନା କରିଥିଲେ। ଗୁରୁଂକର ଜନ୍ମମାଟି ରେ ତାଙ୍କର ସ୍ମୁତିରକ୍ଷା ଦିଗରେ ଆଗାମୀ ଦିନରେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିବା ବିଷୟରେ ସୁଚନା ଦିଆଯାଇ ଥିଲା।
ଭବାନୀଶ ଭୋଇ
ଆବାହକ :ପଶ୍ଚିମାଞ୍ଚଳ ଏକତା ମଂଚ
ମୋବାଇଲ ନମ୍ବର ୯୪୩୭୭୯୧୨୨୫
