ଗୁରୁ_ଶବ୍ଦର_ଅର୍ଥ

 


#ଗୁରୁ_ଶବ୍ଦର_ଅର୍ଥ ।


ଗୁରୁ ଶବ୍ଦର ଅର୍ଥ ହେଲା - ଗୁରୁ ଏପରି ଜଣେ ବ୍ୟକ୍ତି, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । 

" ଗୁ "ଶବ୍ଦର ଅର୍ଥ ହେଲା ଅନ୍ଧାର ଓ" ରୁ"ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ " ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି ", ତାଙ୍କୁ ଗୁରୁ ବୋଲାଯାଏ ।


ମର୍ତ୍ତ୍ୟପୁରରେ ଗୁରୁଙ୍କର ସ୍ଥାନ ବହୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ସାନିଧ୍ୟ ଲାଭ କରି ଶିଷ୍ୟମାନଙ୍କ ମନରେ ଜ୍ଞାନ, କରୁଣା, ସ୍ନେହ, ସଦିଚ୍ଛା, ପ୍ରେମ ଓ ମମତା ପରି ଜ୍ଞାନର ଆଲୋକ ଆବିର୍ଭାବ ହୋଇଥାଏ । ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ  ଭାରତୀୟ  ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଇଥାଏ । 


ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁ କୃପା ଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରାଯାଏ । ପୁରାଣ ମତରେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ ।


”ଧ୍ୟାନଂ ମୂଳଂ ଗୁରୁ ମୂର୍ତ୍ତିଃ

ପୂଜା ମୂଳଂ ଗୁରୁପଦଂ

ମନ୍ତ୍ର ମୂଳଂ ଗୁରୁ ବାକ୍ୟଂ

ମୋକ୍ଷ ମୂଳଂ ଗୁରୋକୃପା।“


ଆତ୍ମ ସାକ୍ଷାତକାର କରିବାପାଇଁ ଗୁରୁଙ୍କର ସହାୟତା ମୌଳିକ ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।  ଗୁରୁଗୀତାରେ କୁହାଯାଇଛି ଯିଏ ଗୁ(ଗୁଣମୁକ୍ତ) ଓ ରୁ (ନିରାକାର), ସେ ହେଉଛନ୍ତି ଗୁରୁ । 

(ଆଧ୍ୟାତ୍ମିକ ବିଷୟମାନଙ୍କରୁ ସଂଗୃହିତ)

ସଦ୍ ଗୁରୁ ଶ୍ରୀ ଶ୍ରୀଚିଦାନନ୍ଦଙ୍କ ଶ୍ରୀଚରଣେ ସାଷ୍ଟାଂଗ ପ୍ରଣିପାତ ।

Post a Comment

Previous Post Next Post