#ଗୁରୁ_ଶବ୍ଦର_ଅର୍ଥ ।
ଗୁରୁ ଶବ୍ଦର ଅର୍ଥ ହେଲା - ଗୁରୁ ଏପରି ଜଣେ ବ୍ୟକ୍ତି, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି ।
" ଗୁ "ଶବ୍ଦର ଅର୍ଥ ହେଲା ଅନ୍ଧାର ଓ" ରୁ"ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ " ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି ", ତାଙ୍କୁ ଗୁରୁ ବୋଲାଯାଏ ।
ମର୍ତ୍ତ୍ୟପୁରରେ ଗୁରୁଙ୍କର ସ୍ଥାନ ବହୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ସାନିଧ୍ୟ ଲାଭ କରି ଶିଷ୍ୟମାନଙ୍କ ମନରେ ଜ୍ଞାନ, କରୁଣା, ସ୍ନେହ, ସଦିଚ୍ଛା, ପ୍ରେମ ଓ ମମତା ପରି ଜ୍ଞାନର ଆଲୋକ ଆବିର୍ଭାବ ହୋଇଥାଏ । ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଇଥାଏ ।
ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁ କୃପା ଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରାଯାଏ । ପୁରାଣ ମତରେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ ।
”ଧ୍ୟାନଂ ମୂଳଂ ଗୁରୁ ମୂର୍ତ୍ତିଃ
ପୂଜା ମୂଳଂ ଗୁରୁପଦଂ
ମନ୍ତ୍ର ମୂଳଂ ଗୁରୁ ବାକ୍ୟଂ
ମୋକ୍ଷ ମୂଳଂ ଗୁରୋକୃପା।“
ଆତ୍ମ ସାକ୍ଷାତକାର କରିବାପାଇଁ ଗୁରୁଙ୍କର ସହାୟତା ମୌଳିକ ଆବଶ୍ୟକତା ରହିଛି ବୋଲି କୁହାଯାଇଛି । ଗୁରୁଗୀତାରେ କୁହାଯାଇଛି ଯିଏ ଗୁ(ଗୁଣମୁକ୍ତ) ଓ ରୁ (ନିରାକାର), ସେ ହେଉଛନ୍ତି ଗୁରୁ ।
(ଆଧ୍ୟାତ୍ମିକ ବିଷୟମାନଙ୍କରୁ ସଂଗୃହିତ)
ସଦ୍ ଗୁରୁ ଶ୍ରୀ ଶ୍ରୀଚିଦାନନ୍ଦଙ୍କ ଶ୍ରୀଚରଣେ ସାଷ୍ଟାଂଗ ପ୍ରଣିପାତ ।
